ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର କର୍ମଚାରୀମାନଙ୍କର ମହଙ୍ଗା ଭର୍ତ୍ତା ବୃଦ୍ଧି କରିଥିବା ବେଳେ ଏବେ ବହୁଭାଷୀ ଶିକ୍ଷକ ମାନଙ୍କର ଦରମା ବୃଦ୍ଧି କରିଛନ୍ତି। ଆଗରୁ ବହୁଭାଷି ଶିକ୍ଷକମାନେ ୩୨୦୦ ଟଙ୍କା ପାଉଥିବା ବେଳେ ଏବେ ୫୩୭୯ ଟଙ୍କା ପାଇବେ। ଏନେଇ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଓ ବିଦ୍ୟାଳୟରେ ଯୋଗଦାନ କରିବାକୁ ଉତ୍ସାହିତ କରିବା ପାଇଁ ୨୦୦୭-୦୮ ମସିହାରେ ସରକାର ୨୨୧ ଜଣ ବହୁଭାଷୀ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ। ଏହି ଶିକ୍ଷକମାନେ ମୟୁରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଏବଂ ମାଲକାନଗିରି ଏବଂ ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି। ତେବେ ୨୦୨୦ ମସିହାଠାରୁ ପାରିଶ୍ରନିକ ଭାବେ ସେମାନଙ୍କୁ ୩୨୦୦ ଟଙ୍କା ରାଜ୍ୟ ସରକାର ପ୍ରଦାନ କରୁଥିଲେ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..