ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକ ମେଲର ଅର୍ଚନା ନାଗଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ରାୟକୁ ସଂରକ୍ଷିତ ରଖିଛନ୍ତି ଏସଡିଜେଏମ୍ କୋର୍ଟ। ଅର୍ଚ୍ଚନାଙ୍କ ନାମରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଜାମିନ ଆବଦନର ଚାଲିଥିଲା ଶୁଣାଣି । ସୂଚନା ଥାଉକି, ଭୁବନେଶ୍ଵର ଏସଡିଜେଏମ କୋର୍ଟରେ ହୋଇଥିଲା ଅର୍ଚ୍ଚନାଙ୍କ ଜାମିନ ସମ୍ପର୍କିତ ଶୁଣାଣୀ । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ମାମଲାରେ ଗତ ୨୬ ତାରିଖରେ ଶୁଣାଣି କରିଥିଲେ କୋର୍ଟ । ପୁନଃ ଶୁଣାଣି ପାଇଁ ୫ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ପୂର୍ବରୁ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କ ଜାମିନ ଖାରଜ କରିଥିଲେ କୋର୍ଟ। ସେପଟେ ମାମଲାରେ ତଦନ୍ତ ଆରମ୍ଭ କରିଛ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନା ତାଙ୍କ ସ୍ବାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ବର ଅଭିଯୋଗ କରିଥିବା ଯୁବତୀ ଏବଂ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ନୋଟିସ୍ ଜାରି କରିବ ED । ସେହିଭଳି ଜେଲରେ ଥିବା ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ED ରିମାଣ୍ଡରେ ନେଇପାରେ। EDର ଏଣ୍ଟ୍ରି ପରେ ଲିଙ୍କ୍ରେ ଥିବା ବଡ଼ବଡ଼ିଆଙ୍କ ଭିତରେ ପଶିଛି ଛନକା । ଅର୍ଚ୍ଚନାକୁ ଅର୍ଥ ଦେଣନେଣ ନେଇ ED ହାତରେ ପ୍ରମାଣ ଲାଗିଲେ ଆଇନ୍ର କାଠଗଡ଼ାକୁ ଟଣା ହୋଇପାରନ୍ତି ଏକାଧିକ ପ୍ରତିପତିଶାଳୀ ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..