ରିପୋର୍ଟ କାର୍ଡ / ରାୟଗଡ଼ା
ପରକୀୟା ପ୍ରୀତିକୁ କେନ୍ଦ୍ରକରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କତାଗୁଡ଼ା ଗ୍ରାମରେ । ସୂଚନାନୁଯାୟୀ, କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କତାଗୁଡ଼ା ଗ୍ରାମର ନୀଳକଣ୍ଠ କୌଶଲ୍ୟା ତାଙ୍କ ସ୍ତ୍ରୀ ରାଧା କୌଶଲ୍ୟାଙ୍କର ପରକୀୟା ପ୍ରୀତି ଥିବା ନେଇ ସନ୍ଦେହ କରୁଥିଲେ । ଏନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ବଚସା ହୋଇଥିଲା । ସ୍ତ୍ରୀର ଅନୈତିକ ସମ୍ପର୍କକୁ ସହ୍ୟ କରି ନପାରି ଶେଷରେ ନୀଳକଣ୍ଠ ରାଧାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..