Report Card Odisha

| Daily Odia News

ପୁରୀରେ ବୋମାମାଡ଼…..

ରିପୋର୍ଟ କାର୍ଡ / ପୁରୀ

ପୁରୀରେ ଶ୍ରୀମନ୍ଦିର ନିକଟରେ ଥିବା ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ବୋମାମାଡ଼ ହୋଇଛି। ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ୨ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଘର ପାଖରେ ଲାଗିଥିବା ସିସିଟିଭି କଏଦ ହୋଇଥିବା ବୋମାମାଡ଼ ଦୃଶ୍ୟକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ କରୁଛି। ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ କାରଣ ପାଇଁ ଆଇନଜୀବୀଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।

Breaking News