Report Card Odisha

| Daily Odia News

ଅର୍ଚ୍ଚନା ଙ୍କ ଘରେ ଇଡି ଚଢାଉ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କ ଘରେ ଇଡି ଖୋଳତାଡ଼ ଆରମ୍ଭ କରିଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାରସ୍ଥିତ ଘରେ ଇଡିର ପକ୍ଷରୁ ଚଢାଉ ଜାରି ରହିଛି । ଇଡିର ୫ ଜଣିଆ ଟିମ୍ ଅର୍ଚ୍ଚନାଙ୍କ ଘରେ ପହଞ୍ଚି କରୁଛନ୍ତି ତନଘନା । ବେଆଇନ ଆର୍ଥିକ କାରବାରକୁ ନେଇ ଇଡି କରୁଛି ରେଡ । ଅର୍ଚ୍ଚନାଙ୍କ ବେଆଇନ ସମ୍ପତ୍ତିର ଖିଅ ଖୋଜୁଛି ଇଡି । ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଗିରଫ ହେବା ପରେ ଆକ୍ସନକୁ ଆସିଛି ଇଡି । ଅର୍ଚ୍ଚନାଙ୍କ ବେଆଇନ୍‌ ସଂପତ୍ତିର ଖୋଳତାଡ଼ ଆରମ୍ଭ କରିଛି ଇଡି । ଏହିକ୍ରମରେ ଗୁରୁବାର ଦିନ ସକାଳରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାର ସ୍ଥିତ ଘରେ ଇଡିର ୫ଜଣିଆ ଟିମ୍‌ ପହଞ୍ଚି ଚଢାଉ ଆରମ୍ଭ କରିଛି । ଚଢାଉ ସମୟରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍‌ ବାହିନୀ ନିୟୋଜିତ ରହିଛନ୍ତି ।

Breaking News