ରିପୋର୍ଟ କାର୍ଡ / ଭୁବନେଶ୍ବର
ଏଣିକି ସ୍କୁଲରେ ମିଳିବ କ୍ୟାରିୟର ପାଇଁ କୋଚିଂ। ସ୍କୁଲରେ ମାଗଣା କୋଚିଂ, ଉପକୃତ ହେବେ ଗରିବ ମେଧାବୀ ଛାତ୍ରଛାତ୍ରୀ | ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଏପରି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ କମ୍ପିଟେଟିଭ୍ ପରୀକ୍ଷା ପାଇଁ କୋଚିଂ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଯାହା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରସ୍ତୁତି କରିବାରେ ସହାୟକ ହେବ । ସ୍କୁଲ କ୍ୟାମ୍ପସରୁ କ୍ୟାରିୟର ପ୍ରସ୍ତୁତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା ସରକାରୀ ସ୍କୁଲରେ ଦୋହରାଇବାକୁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍ । ଯେଉଁ ସ୍କୁଲ କ୍ୟାମ୍ପସର ଅପଗ୍ରେଡେସନ୍ ହୋଇ ଜୁନିଅର କଲେଜ ଖୋଲିବ, ସେଠାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ କୋଚିଂ । ଏପରି ହେଲେ ସରକାରୀ କ୍ୟାମ୍ପସରେ ଏକାଦଶ ଓ ଦ୍ବାଦଶ ପଢୁଥିବା ଛାତ୍ରଛାତ୍ରୀ ଆଇଆଇଟି, ଜେଇଇ ଓ ଅନ୍ୟ କମ୍ପିଟେଟିଭ୍ ପରୀକ୍ଷା ପାଇଁ ମାଗଣାରେ ପ୍ରସ୍ତୁତି କରିପାରିବେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କିଛି ଘରୋଇ ଟ୍ୟୁଟରିଆଲ ସଂସ୍ଥାକୁ ନେଇ ଏପରି ଯୋଜନାରେ ସଫଳତା ପାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।






More Stories
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..
ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା…..
ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ମଦ ଦୋକାନ…..