ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ବଢିଚାଲିଛି | ଏବେ ପୁଣି ଆଫଗାନିସ୍ତାନ ରାଜଧାନୀ କାବୁଲରେ ସାର୍ବଜନିକ ସ୍ଥାନ ଅର୍ଥାତ୍ ପାର୍କ ଓ ମେଳାରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏହି ନୂଆ ନିୟମ ଚଳିତ ସପ୍ତାହରେ ଲାଗୁ କରାଯାଇଛି।ଏହାଦ୍ୱାରା ମହିଳାମାନଙ୍କ ଏବେ ଆଉ ସାର୍ବଜନିକ ସ୍ଥାନରେ ପ୍ରବେଶ ଅନୁମତି ମିଳିବ ନାହିଁ । ଏଠାରେ ପୂର୍ବରୁ ବି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗିଛି । ଏହା ପୂର୍ବରୁ ତାଲିବାନ ସରକାର ଆଫଗାନ ମହିଳାଙ୍କୁ ଘରୁ ବାହାରକୁ ବାହାରିବାକୁ ମନା କରିବା ସହ ଘର ବାହାରେ କାମ କରିବା ଉପରେ ବି ପ୍ରତିବନ୍ଧକ ଲଗାଇଛନ୍ତି । ଏହା ବ୍ୟତୀତ ଏଠାକାର ସ୍କୁଲରେ ବି ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳିଛି । ଛାତ୍ରୀମାନଙ୍କୁ ୬ଷ୍ଠ ଶ୍ରେଣୀ ପରେ ପଢିବାକୁ ଅନୁମତି ଦେଇ ନାହାନ୍ତି ଆଫଗାନ ସରକାର । ଜଣେ ମହିଳା କହିଛନ୍ତି, ଏଠାକାର ମହିଳାଙ୍କ ପାଖରେ ନା ସ୍କୁଲ ଅଛି ନା କାମ । ଆମ ନିକଟରେ ଗୋଟିଏ ସ୍ଥାନ ଥିଲା । ଏବେ ସେଠାରେ ବି ଏଣ୍ଟ୍ରିକୁ ମନା କରି ଦିଆଗଲା । ସେ କହିଛନ୍ତି ମହିଳାମାନେ ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଲେଣି । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିବା ବେଳେ ତାଲିବାନ ସରକାର ସମସ୍ତ ମହିଳାଙ୍କୁ ସାର୍ବଜନିକ ଭାବେ ନିଜ ଚେହେରା ପରଦା ତଳେ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମହିଳାମାନଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବା ଓ ପୁରୁଷଙ୍କ ସହ ପାର୍କ ଯିବାକୁ ସରକାର ଅନୁମତି ଦେଇ ନାହାନ୍ତି ।
ସୂଚନାଯୋଗ୍ୟ, ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ମହିଳାଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..