ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଗିରଫ କରାଯାଇଛି । ଅର୍ଚ୍ଚନା-ଜଗବନ୍ଧଙ୍କୁ ଆର୍ଥିକ କାରବାର ଲିଙ୍କ ନେଇ ସହଯୋଗୀ ଖଗେଶ୍ୱରଙ୍କୁ ଇଡି ଗିରଫ କରିଛି । ଗୁରୁବାରଠୁ ପଚରାଉଚରା କରୁଥିଲା ଇଡି । ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ସଂପର୍କିତ ଅର୍ଥନୈତିକ କାରବାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତନାଘନା ଜାରି ରଖିଥିବା ବେଳେ, ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ଗୁରୁବାରଠୁ ଉଠାଇନେଇଥିଲା ଇଡି । ପୂର୍ବରୁ ଖଣ୍ଡଗିରି ଥାନାରେ ରୁଜୁ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଖଗେଶ୍ବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ ଓ ସେ ନିର୍ଦ୍ଦୋଷ ବୋଲି ଦର୍ଶାଇ ଏହି ଆବେଦନ ଦାୟର କରିଛନ୍ତି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ହୋଇଥିବା ନେଇ ଖଗେଶ୍ବରଙ୍କ ନାଁରେ ଅଭିଯୋଗ ରହିଛି । ଆଉ ଏବେ ଖଗେଶ୍ୱରକୁ ଗିରଫ କରିଛି ଇଡି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..