ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ସୋପିଆନା ଜିଲ୍ଲାର କାର୍ପେନ ଅଞ୍ଚଳରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ଦ୍ବାରା ହୋଇଥିବା ଏକ ଏନ୍କାଉଣ୍ଟର୍ରେ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଛି। କଶ୍ମୀର ପୋଲିସର ସୂଚନା ମୁତାବକ, ସୋପିଆନା ଜିଲ୍ଲାର କାର୍ପେନ ଅଞ୍ଚଳରୁ ଏହି ଏନ୍କାଉଣ୍ଟର୍ ଆରମ୍ଭ ହୋଇଯାଇଛି। ପୋଲିସ ଓ ସେନା ମିଳିତ ଉଦ୍ୟମରେ ଏହି ଏନ୍କାଉଣ୍ଟର୍ ହୋଇଛି।’ ତେବେ ଏନ୍କାଉଣ୍ଟର୍ରେ ପ୍ରାଣ ହରାଇଥିବା ଆତଙ୍କବାଦୀ ଜଣକ ହେଉଛି କୁଲ୍ଗାମ-ସୋପିଆନା ଅଞ୍ଚଳରେ ସକ୍ରିୟ ରହୁଥିବା ହାନିସ୍। ଏବେ ବି ସର୍ଚ ଅପରେସନ୍ ଜାରି ରହିଛି ବୋଲି କଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି।






More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଲକ୍ଷ ଲକ୍ଷ ନାଗରିକଙ୍କୁ ମତଦାନ ରୁ ବଞ୍ଚିତ କରିବା ବେଆଇନ…..
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..