ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁରୁ ଙ୍କ ଜନ୍ମ ଦିନ ତଥା ଶିଶୁ ଦିବସ | ଜବାହରଲାଲ ନେହେରୁରୁ ୧୮୮୯ ନଭେମ୍ବର ୧୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନକୁ ସମଗ୍ର ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ପିଲାଙ୍କୁ ଶ୍ରଦ୍ଧା କରୁଥିବା ପଣ୍ଡିତ ଜବାହରଲାଲଙ୍କ ଅନ୍ୟ ଏକ ପରିଚୟ ହେଉଛି ‘ଚାଚା ନେହେରୁ’। ଉଚ୍ଚଶିକ୍ଷା ପାଇଁ ସେ ଲଣ୍ଡନ ଯାଇଥିଲେ। ସେଠାରେ ଆଇନ ପଢ଼ିବା ପରେ ନେହେରୁ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇଥିଲେ। ଭାରତ ସ୍ବାଧୀନ ହେବା ପରେ ପଣ୍ଡିତ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୧୯୬୪ ମେ ୨୭ରେ ତାଙ୍କ ଦେହାନ୍ତ ହୋଇଥିଲା।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..