ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡୋନେସିଆର ବାଲି ଦ୍ବୀପରେ ଆଜିଠାରୁ ଆରମ୍ଭ ହେଉଛି ୧୭ତମ ଜି-୨୦ ଶିଖର ସମ୍ମିଳନୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ଯୋଗଦେବା ପାଇଁ ଗତକାଲି ଜାକର୍ତ୍ତାରେ ପହଞ୍ଚିଛନ୍ତି । ନଭେମ୍ବର ୧୫ ଓ ୧୬ ଦୁଇଦିନ ଧରି ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବିଶ୍ବ ଆର୍ଥିକ ବିକାଶ, ଖାଦ୍ୟ ଓ ଶକ୍ତି ସୁରକ୍ଷା, ପରିବେଶ, ସ୍ବାସ୍ଥ୍ୟ, ଡିଜିଟାଲ ଟ୍ରାଞ୍ଜାକସନ୍ ଭଳି ପ୍ରସଙ୍ଗରେ ଆଲୋଚନା ହେବ। ସମ୍ମିଳନୀରେ ଅବସରରେ ମୋଦୀ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ହେବା ନେଇ ସୂଚନା ମିଳୁଛି । ଭାରତ ବ୍ୟତୀତ , ଆର୍ଜେଣ୍ଟିନା , ଅଷ୍ଟ୍ରେଲିଆ , ବ୍ରାଜିଲ , କ୍ୟାନାଡା , ଚୀନ , ଫ୍ରାନ୍ସ , ଜର୍ମାନ , ଇଣ୍ଡୋନେସିଆ , ଇଟାଲୟ , ଦକ୍ଷିଣ କୋରିଆ , ଜାପାନ, ମେକ୍ସିକୋ, ଋଷିଆ , ସାଉଦି ଅରବିଆ , ଦକ୍ଷିଣ ଆଫ୍ରିକା , ତୁର୍କୀ , ଲଣ୍ଡନ, ଆମେରିକା ପ୍ରମୁଖ ଜି-୨୦ ରାଷ୍ଟ୍ର ଗୋଷ୍ଠୀର ସଦସ୍ୟ ଅଛନ୍ତି । ଡିସେମ୍ବର ୧ରୁ ଭାରତ ଜି-୨୦ ରାଷ୍ଟ୍ରର ଅଧ୍ୟକ୍ଷତା ଭାର ସମ୍ଭାଳିବ |






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..