ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ଅଧୁରା ରହିବନି ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ | ସମସ୍ତଙ୍କ ସ୍ବପ୍ନ ହେବ ସାକାର । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାଗଣାରେ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର କଲେଜ ଆସିବା ପରେ ଖୁବ୍ ଶୀଘ୍ର ଏପରି କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସରକାରୀ ସ୍କୁଲରେ ବି ଦିଆଯିବ ଏହି କୋଚିଂ। ଫଳରେ ଗରିବ ଓ ମଧ୍ୟମ ବର୍ଗର ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରର ପରୀକ୍ଷା ଦେବାକୁ ନିଜକୁ ପ୍ରସ୍ତୁତ କରିପାରିବେ। ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଏହି କୋଚିଂ ଦିଆଯିବ । ରାଜ୍ୟର ଅପଗ୍ରେଡ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..