Report Card Odisha

| Daily Odia News

କଟକ ‘ବାଲି ଯାତ୍ରା’ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଣ୍ଡୋନେସିଆ ଗସ୍ତରେ ଯାଇ ବାଲିରେ ଅନୁଷ୍ଠିତ ହୋଇଥିବା ଜି ୨୦ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ସେ ସେଠାରେ ନିଜର ଉଦ୍‌ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ମୋଦୀ ତାଙ୍କ ଭାଷଣରେ ଜଳବାୟୁ ପରିବର୍ତ୍ତନ, କରୋନା ଓ ୟୁକ୍ରେନ୍‌ ଯୁଦ୍ଧ କିପରି ବିଶ୍ବ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇଛି । ମୋଦୀ ନିଜର ଅଭିଭାଷଣରେ କହିଛନ୍ତି ଯେ ‘ମୁଁ ବାରମ୍ବାର କହୁଛି ଯେ ଆମକୁ ୟୁକ୍ରେନରେ ଯୁଦ୍ଧ ବିରତି ଏବଂ କୁଟନୈତିକ ପଥରେ ଫେରିବାର ରାସ୍ତା ଖୋଜିବାକୁ ପଡ଼ିବ। କୋଭିଡ ପରେ ଏକ ନୂଆ ବିଶ୍ବ ଗଠନ କରିବାର କାମ ଆମର। ସମୟ ଦାବି କରୁଛି ଯେ ଆମେ ବିଶ୍ବରେ ଶାନ୍ତି, ଶୃଙ୍ଖଳା ଓ ସଦ୍‌ଭାବ ବଜାୟ ରଖିବା। ମୁଁ ଆଶା କରୁଛି ଯେ ଆଗାମୀ ବର୍ଷ ଯେବେ ଜି-୨୦ ବୁଦ୍ଧ ଓ ଗାନ୍ଧୀଙ୍କ ପବିତ୍ର ଭୂମିରେ ହେବ ତ ଆମେ ସମସ୍ତେ ଏକମତ ହୋଇ ବିଶ୍ବକୁ ଶାନ୍ତି ବାର୍ତ୍ତା ପ୍ରଦାନ କରିବା।’ ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଓ ୟୁକ୍ରେନ୍‌ ଯୁଦ୍ଧ ଆଦି ପୂରା ବିଶ୍ବରେ ଭିନ୍ନ ଭିନ୍ନ ସମସ୍ୟା ଉପୁଜାଇଥିବା ବେଳେ ଜନଜୀବନ ସଂକଟ ପଥକୁ ଚାଲି ଯାଇଛନ୍ତି। ସବୁ ଦେଶର ଗରିବ ନାଗରିକମାନଙ୍କ ପାଇଁ ଏହା ଏକ ଗମ୍ଭୀର ଆହ୍ବାନ ପାଲଟିଛି। ବହୁ ପ୍ରଭାବଶାଳୀ ଜାତିସଂଘ ବି ପ୍ରଭାବହୀନ ହୋଇ ପଡ଼ିଥିବା‌ ବେଳେ ଆମେ ସ୍ବୀକାର କରିବାକୁ ବାଧ୍ୟ ଯେ ଆମେ ସମସ୍ତେ ଜନ ସଧାରଣରଙ୍କ ସାହାଯ୍ୟ କରିବାରେ ବିଫଳ ହୋଇଛେ। ଏହି ପରିସ୍ଥିତିରେ ଜି-୨୦ ବୈଠକର ଯଥେଷ୍ଟ ଗୁରୁତ୍ବ ରହିଛି ଓ ସାମଗ୍ରୀକ ପ୍ରାସଂଗିକତା ଆହୁରି ଅଧିକ ବୃଦ୍ଧି ପାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ସମ୍ବୋଧନରେ କଟକ ବାଲିଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହି ପର୍ବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷର ବାଣିଜ୍ୟ ସମ୍ପର୍କର ଉତ୍ସବ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇଣ୍ଡୋନେସିଆର ବାଲି ଆସିବା ପରେ ପ୍ରତ୍ୟେକ ଭାରତୀୟଙ୍କର ଭିନ୍ନ ଅନୁଭବ ଥାଏ । ମୁଁ ମଧ୍ୟ ସମାନ କମ୍ପନ ଅନୁଭବ କରୁଛି। ବାଲିଠାରୁ ଏବେ ହଜାର କିଲୋମିଟର ଦୂରରେ ଭାରତର କଟକ ସହରର ମହାନାଦୀ କୂଳରେ ‘ବାଲି ଯାତ୍ରା’ର ପର୍ବ ପାଳନ କରାଯାଉଥିବା କହିଥିଲେ |

 

Breaking News