ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ସୂଚନାନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ କରାଯାଇଛି । ଅଧିକାରୀଙ୍କ ସୂଚନାନୁଯାୟୀ, ଏଯାଏଁ ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଜଣାପଡିଛି । ମାତ୍ର ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ । ଏହା ପୂର୍ବରୁ ନଭେମ୍ବର ୧୦ରେ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୫.୭ ରେକର୍ଡ କରାଯାଇଥିଲା । ସକାଳ ୧୦ଟା୩୧ ମିନିଟ୍ ରେ ଅନୁଭବ ହୋଇଥିଲା । ସେହିପରି କିଛି ଦିନ ପୂର୍ବରୁ ନେପାଳରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏହାର ଝଟକା ଦିଲ୍ଲୀ, ଲଖନଉ, ମୁରାଦାବାଦ ଭଳି ଅନେକ ସହରରେ ଅନୁଭବ ହୋଇଥିଲା । ରାତି ୨ଟାରେ ହୋଇଥିବା ଏହି ଭୂକମ୍ପରେ ଧନଜୀବନର କ୍ଷୟକ୍ଷତି ହୋଇଥିଲା ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..