ରିପୋର୍ଟ କାର୍ଡ / କରଞ୍ଜିଆ
ମହୁଲଡିହା ଥାନା ଅନ୍ତର୍ଗତ ୫୩ନମ୍ବର ରାଜ୍ୟ ରାଜପଥର ଚିଆଁବେଡା ନିକଟରେ ଘରୋଇ ଯାତ୍ରୀବାହୀବସ ଦୁର୍ଘଟଣା ହୋଇଛି | ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି | ଆଜି ସାଗର ଏଣ୍ଡ ସାଗର ନାମକ ଘରୋଇ ଯାତ୍ରିବାହୀ ବସ୍ଟି ଭୁବନେଶ୍ୱରରୁ ଝାଡଖଣ୍ଡ କୁମାର ଡୁଙ୍ଗିକୁ ଯାଉଥିଲା । ୩୦ ଜଣ ଯାତ୍ରୀକୁ ନେଇ ଯାଉଥିବା ବେଳେ ମହୁଲଡିହା ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା କଡରେ ଓଲଟି ପଡିଥିଲା । ଫଳରେ ବସ୍ ଯାତ୍ରୀମାନଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ମହୁଲଡିହା ଥାନା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……