ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ-ରୁଷିଆ ଯୁଦ୍ଧକୁ ପାଖାପାଖି ୯ ମାସ ସମୟ ଅତିକ୍ରମ କରିଥିଲେ ମଧ୍ୟ ଏବେବି ଯୁଦ୍ଧ ଜାରି ରହିଛି | ଏହା ମଧ୍ୟରେ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ୟୁକ୍ରେନର ଡିନିପ୍ରୋ ସହରର ରାସ୍ତାର ପରିସ୍ଥିତି ସାଧାରଣ ରହିଥିବା ବେଳେ ଏହି ସମୟରେ ହଠାତ୍ ଏକ ରୁଷିୟ ମିସାଇଲ ଆକ୍ରମଣ ଦେଖିବାକୁ ମିଳିଥିଲା । ଏହି ମିସାଇଲ୍ ମାଡ଼ ହେବା ପରେ ଚାରିଆଡ଼େ ଖାଲି ନିଆଁର ଝଲକ ଦେଖିବାକୁ ମିଳିଥିଲା । ଏହି ଭୟଙ୍କର ଭିଡିଓଟି ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି । ଭିଡିଓଟି ଏକ କାର ଭିତରୁ ଶୁଟ୍ କରାଯାଇଥିବା ଜଣାପଡ଼ିଛି । ସଡ଼କ ପଥରେ ଏକ କାର ଯାଉଥିବା ବେଳେ ହଠାତ୍ ଏକ ମିସାଇଲ ମାଡ଼ ହୋଇଥିଲା । ଏହାପରେ ଯାନଗୁଡ଼ିକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଏଣେତେଣେ ଗତି କରୁଥିବା ଦେଖାଯାଇଥିଲା । ଏହି ଆକ୍ରମଣରେ ଜଣେ ୧୫ ବର୍ଷୀୟ ଯୁବତୀଙ୍କ ସହିତ ୧୪ ଜଣ ଆହତ ହୋଇଛନ୍ତି ।






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..