Report Card Odisha

| Daily Odia News

ଲାଇନ ମ୍ୟାନ୍ ଗିରଫ…..

ରିପୋର୍ଟ କାର୍ଡ / ଫୁଲବାଣୀ

ଲାଞ୍ଚ ନେଇ ଗିରଫ ହେଲେ ଲାଇନ ମ୍ୟାନ୍ | ଟିକାବାଲି ବ୍ଲକ ଟିପିଏସଓ ଡିଏର ଲାଇନ ମ୍ୟାନ କାଳୁ ଚରଣ ପଲାଇଙ୍କୁ ଭିଜିଲାନ୍ସ ଗିରଫ କରିଛି । ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ଙ୍କ ହାତରେ ଧରାପଡ଼ିଥିଲେ । ଲାଇନ ମ୍ୟାନଙ୍କ ଗିରଫ କରାଯିବା ସହ ଘଟଣା ସ୍ଥଳରୁ ଟଙ୍କା ଜବତ କରାଯାଇଛି । ସୂଚନା ଅନୁସାରେ-ଲାଇନମ୍ୟାନ ପଲାଇ ଟିକାବାଲି ବ୍ଲକର ଛତିଝର ଗ୍ରାମର ରୀଙ୍କୁ ଭୁକ୍ତା ନାମକ ଜଣଙ୍କ ଠାରୁ ନୂତନ ବିଦ୍ୟୁତ ସଂଯୋଗ କରାଇଦେବାଲାଗି ଲାଞ୍ଚ ଟଙ୍କା ନେଉଥିଲେ | ପୂର୍ବ ଯୋଜନା ଅନୁସାରେ ଲୁଚି କରିରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ମାଡ଼ିବସିଥିଲେ । ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି |

Breaking News