ରିପୋର୍ଟ କାର୍ଡ / ଭୁବନେଶ୍ଵର
ପଦ୍ମପୁର ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି | ଆଜିଠୁ ପ୍ରଚାର ପର୍ବ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ବି ସରିଛି। ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି, ବିଜେଡି ଏବଂ କଂଗ୍ରେସ ତିନି ପ୍ରମୁଖ ଦଳର ପ୍ରାର୍ଥୀପତ୍ର କାଏମ ରହିଛି। ସ୍ଵାଧୀନ ପ୍ରାର୍ଥୀ ଜୟନ୍ତ ଥାପ୍ପା ଏବଂ ଦେବେନ୍ଦ୍ର ସୁନାନୀଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଛି। ଗତକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ଥିଲା। ଆଉ ଶେଷ ଦିନରେ ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ |






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..