ରିପୋର୍ଟ କାର୍ଡ / ପୁରୀ
ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ଥାନାରେ ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଆଜି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଚନ୍ଦ୍ରଶେଖର ରାଓ ଏତଲା ଦେଇଛନ୍ତି । କେଉଁ ପରିସ୍ଥିତିରେ ଫେସବୁକରେ ଫଟୋ ଏବଂ ଭିଡ଼ିଓ ଭାଇରାଲ କଲେ ଆକାଶ ଚୌଧୁରୀ । ସେନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ଉଲ୍ଲେଖ କରାଯାଇଛି । ଖବର ଅନୁଯାୟୀ, ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ କରିଥିଲେ। ଯାହାପରେ ବିବାଦ ଦେଖାଯାଇଥିଲା । ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଉଠିଥିଲା ।
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି…..