Report Card Odisha

| Daily Odia News

ବିଶ୍ରାମାଗାର ଭିତରକୁ ମାଢ଼ିଗଲା ଟ୍ରେନ, ୩ମୃତ…..

ରିପୋର୍ଟ କାର୍ଡ / ଯାଜପୁର

ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାର ଭିତରକୁ ଟ୍ରେନ୍‌ ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବାନେଇ ଆଶଙ୍କା ରହିଛି | ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୩ରୁ ୪ଟି ବଗି ଷ୍ଟେସନ ଭିତରକୁ ମାଡ଼ିଯିବା ସହ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ତାହା ସହ ଏହି ଦୁର୍ଘଟଣା ଯୋଗୁଁ ଷ୍ଟେସନରେ ଥିବା ଫୁଟ ଓଭରବ୍ରିଜ୍‌ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । କିଛି ବଗି ଫୁଟ ଓଭରବ୍ରିଜ୍‌ ଉପରେ ମଧ୍ୟ ଥିବା ଦେଖିବାକୁ ମିଳିଛି । ମୃତକ ମାନେ ଯାତ୍ରୀ ବିଶ୍ରାମାଗାର ତଳେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଟ୍ରେନ୍‌ ମାଡ଼ିଯାଇଥିବା କୁହାଯାଉଛି ।

Breaking News