Report Card Odisha

| Daily Odia News

ଯାଜପୁରରେ ଏକ ଭୟଙ୍କର ଅଗ୍ନିକାଣ୍ଡ,ଅଗ୍ନିଶମ କର୍ମଚାରୀ ଗୁରୁତର…..

ରିପୋର୍ଟ କାର୍ଡ / ଯାଜପୁର

ଯାଜପୁର ଜିଲ୍ଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଜଣେ ଅଗ୍ନିଶମ କର୍ମଚାରୀ ଗୁରୁତର ଅହାତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ଟି ଯାଜପୁର ରୋଡ ଧନେଶ୍ୱର ଛକରେ ଥିବା ଏକ କବାଡିରେ ଲାଗିଛି । କୌଣସି କାରଣ ବସତଃ ଗୋଦାମରେ ନିଆଁ ଲାଗି ଜଳୁଥିବା ଜଣା ପଡିଛି । ତେବେ ଏହି ନିଆଁକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହା ପରେ କର୍ମଚଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ନିଆଁକୁ ଆୟତ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ନିଆଁ ବହୁତ ମାତ୍ରାରେ ଜଳୁଥିଲା ଯେ ତାକୁ ଆୟତ କରିବା ବହୁ କଷ୍ଟକର ଥିଲା । କିନ୍ତୁ ଏହି ନିଆଁକୁ ଲିଭାଇବା ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି । ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ପହଞ୍ଚିବା ସହ ଏହାର ତଦନ୍ତ ଆରମ୍ଭ କରିଛି ।

Breaking News