ରିପୋର୍ଟ କାର୍ଡ / କଟକ
ଏଏସଓ ପରୀକ୍ଷା ଫଳ ଉପରେ ରୋକ୍ ଯାଗାଇଛନ୍ତି ହାଇକୋର୍ଟ | ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ଉପରେ ଆଜି ଅନ୍ତରୀଣ ରହିତାଦେଶ ଜାରିକରିଛନ୍ତି | କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି | ଆଜି ଶୁଣାଣି ସମୟରେ ଆଡ଼ଭୋକେଟ ଜେନେରାଲ ଏବଂ ଓପିଏସସି କର୍ତ୍ତୃପକ୍ଷ ଯେଉଁ ଯୁକ୍ତି ରଖିଥିଲେ ତାହା କୋର୍ଟଙ୍କ ଦ୍ୱାରା ଆଗ୍ରହ୍ୟ କରାଯାଇଛି । ଓପିଏସସି ରୁଲ ୬ ମୁତାବକ ସ୍କିଲ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଆଜି ସରକାରୀ ପକ୍ଷ ଯୁକ୍ତି ରଖିଥିଲେ । କିନ୍ତୁ ତାହା କର୍ତ୍ତୃପକ୍ଷଙ୍କ କ୍ଷମତା ପରିସର ଭିତରେ ଆସୁନାହିଁ ବୋଲି ଯୁକ୍ତି ବାଢିଥିଲେ ଆବେଦନାକାରୀ ପକ୍ଷ । ତେବେ ଏସଂକ୍ରାନ୍ତରେ ଜବାବ ରଖିବାଲାଗି ଆଜି ଓପିଏସସିକୁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ଦିନ ଧର୍ଯ୍ୟ କରିଛନ୍ତି ହାଇକୋର୍ଟ ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….