ରିପୋର୍ଟ କାର୍ଡ / କଟକ
କଟକ ଜିଲ୍ଲାର ଅନ୍ତର୍ଗତ ଚୌଦ୍ୱାରରେ ଥିବା ଓଟିଏମ୍କୁ ଦଖଲ କରିଛି ଜିଲ୍ଲା ପ୍ରଶାସନ | ଓଟିଏମ୍ର ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଥିବା ଜଣାପଡିଛି । ନିର୍ଦ୍ଦେଶ ଅନୁଯାୟୀ ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଦଖଲକୁ ନେଇଛି। ଗତ ୩ ତାରିଖ ସୁଦ୍ଧା ଏହି ପ୍ରକିୟା ଶେଷ ହୋଇଛି ବୋଲି ଆଜି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଟାଙ୍ଗୀ, ଚୌଦ୍ୱାର ତହସିଲଦାର ଏହି ପ୍ରକିୟାକୁ ଆଗେଇ ନେଇଛନ୍ତି। ଜମି, ଆସବାବପତ୍ର ଓ ଆବାସିକ କ୍ୱାର୍ଟର୍ସଗୁଡିକୁ ଏହି ପ୍ରକିୟାରେ ସାମିଲ କରାଯାଇଛି। ଇଡକୋକୁ ଏହାର ଦେଖାଶୁଣା ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାହା ରହିବ ଜିଲ୍ଲା ପ୍ରଶାସନ ସେହି ଅନୁଯାୟୀ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..