Report Card Odisha

| Daily Odia News

ଚୋରି କରିବାକୁ ଆସି ହାଣିଲେ…..

ରିପୋର୍ଟ କାର୍ଡ / କଟକ

ଦୁବୃର୍ତ୍ତ ଚୋରି କରିବାକୁ ଆସି ସ୍ୱାମୀକୁ ହତ୍ୟା କରିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛି | ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ। ଆହତ ସ୍ତ୍ରୀ ଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁବୃର୍ତ୍ତ ମାନେ ଲୁଟ କରିବାକୁ ଆସି ରାତିରେ କବାଟ ବାଡ଼େଇ ଥିଲେ। କବାଟ ଖୋଲିବା ପରେ ସେମାନେ ଆକ୍ରମଣ କରି ଘରୁ ସବୁକିଛି ଲୁଟିନେଇଛନ୍ତି। ପ୍ରତିବାଦ କରିବାରୁ ସେମାନେ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ସ୍ତ୍ରୀକୁ ଗୁରୁତର ଆହତ କରିବା ପରେ ଘରେ ଥିବା ନାବାଳକ ପୁଅକୁ ଗୋଟିଏ ଘରେ ବନ୍ଦ କରି ସବୁ କିଛି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Breaking News