ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଫଗାନ ସୀମାନ୍ତ ସୈନ୍ୟମାନେ ବାଲୋଚିସ୍ତାନର ଚମନ୍ ଜିଲ୍ଲା ସୀମା ମଧ୍ୟକୁ ଗୁଳି ଚାଳନା କରିବାଦ୍ବାରା ୬ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି | ପାକିସ୍ତାନୀ ସେନା ପକ୍ଷରୁ ସୂଚନା ମିଳିଛି | ସେନାର ଗଣମାଧ୍ୟମ ବିଭାଗ ‘ଇଣ୍ଟର୍-ସର୍ଭିସ୍ ପବ୍ଲିକ୍ ରିଲେସନ୍ସ୍’ (ଆଇଏସ୍ପିଆର୍) କହିବା ଅନୁସାରେ, ଏହି ଗୁଳି ଚାଳନାରେ ଆଫଗାନ୍ ସେନା କମାଣ ଓ ମୋର୍ଟାର୍ ସମେତ ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଛନ୍ତି। ବାଲୋଚିସ୍ତାନ୍ ପ୍ରଦେଶରେ ଆଫଗାନ୍ ସେନାର ବେପରୁଆ ଗୁଳି ଚାଳନା | ‘ସମା’ ଟେଲିଭିଜନ୍ କହିବା ଅନୁସାରେ, ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଉକ୍ତ ଅଞ୍ଚଳକୁ କର୍ଡନ୍ କରିଛି। ମୁକାବିଲା କରିବାକୁ ଯାଇ ପାକିସ୍ତାନ ସେନା ମଧ୍ୟ ପାଲଟା ଗୁଳିଚାଳନା କରିଛି। ପରିସ୍ଥିତିର ଗମ୍ଭୀରତା ସଂକ୍ରାନ୍ତରେ ଅବଗତ କରାଇବା ଲାଗି ପାକିସ୍ତାନ ସରକାର କାବୁଲରେ ଥିବା ଆଫଗାନ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ। ଭବିଷ୍ୟତରେ ପୁଣି ଯେମିତି ଏ ଭଳି ଘଟଣା ନ ଘଟେ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ବୋଲି ସେନା ଜରି କରିଥିବା ବିବୃତିରେ ଉଲ୍ଳେଖ ଅଛି। ଆଫଗାନ୍ ସେନା କହିଁକି ଗୁଳି ଚାଳନା କଲା ଓ ପାଲଟା ଗୁଳି ଚାଳନାରେ ସେମାନଙ୍କ ହୋଇଥିବା କ୍ଷୟକ୍ଷତି ବିଷୟରେ ହଠାତ୍ କିଛି ଜଣାପଡ଼ି ନାହିଁ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……