Report Card Odisha

| Daily Odia News

ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ । ଦ୍ୱିତୀୟ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗୁଜରାଟର ରାଜ୍ୟପାଳ ଦଳର ନେତା ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇବା ସହ ଅନ୍ୟ ୨୦ ଜଣ ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ଶପଥ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିବାବେଳେ, ସମାରୋହରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି। ତାହା ସହ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମରେ ବିଜେପି ନେତୃତ୍ୱାଧୀନ ରାଜ୍ୟର ୧୫ ମୁଖ୍ୟମନ୍ତ୍ରୀମାନେ ସାମିଲ ହେବାକୁ ଦଳ ପକ୍ଷରୁ କୁହାଯାଇଥିଲା । ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି । କଂଗ୍ରେସକୁ ହରାଇ ମହା ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୮୨ରୁ ୧୫୬ଟି ଆସନ ଦଖଲ କରିଛି । ବିଜେପିର ଏହି ମହାବିଜୟ ପରେ ପୁଣି ଥରେ ଗୁଜରାଟରେ ଭୂପେନ୍ଦ୍ରଙ୍କ ନେତୃତ୍ୱକୁ ଦଳ ଭରସା କରିଛି । ଶନିବାର ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଭୂପେନ୍ଦ୍ର ଗୁଜରାଟ ରାଜ୍ୟପାଳ ଆଚ୍ଚାର୍ଯ୍ୟ ଦେବବ୍ରତଙ୍କୁ ରାଜଭବନରେ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।

Breaking News