ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଆସନ୍ତାବର୍ଷ ଖୋଲିବ ଭାରତୀୟ ଭାଷା ସ୍କୁଲ। ବିଭିନ୍ନ ଭାଷାରେ ସାହିତ୍ୟ,ସଂସ୍କୃତି ଏବଂ ଇତିହାସ ପାଠ୍ୟକ୍ରମ ପ୍ରଚଳନ ହେବ। ଏଠାରେ ଛାତ୍ରଛାତ୍ରୀ ସାର୍ଟିଫିକେଟ ପାଠ୍ୟକ୍ରମ ସହ ସ୍ନାତକୋତ୍ତର ପାଠ୍ୟକ୍ରମରେ ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ ଓ ପଣ୍ଡିଚେରୀ ଏଥି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ୫ଟି ରାଜ୍ୟ ସରକାର ୧୦ କୋଟି ଲେଖାଏ ପାଣ୍ଠି ଯୋଗଇ ଦେବେ। ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଦ୍ବାରା ପାଠ୍ୟକ୍ରମର ରୂପରେଖ ମଧ୍ୟ ପ୍ରସ୍ତୁତ ହେବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ୟ ରାଜ୍ୟମାନଙ୍କ ସହିତ ମଧ୍ୟ ଏଥି ପାଇଁ ବିଚାରବିମର୍ଶ ଚାଲିଛି।






More Stories
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..
ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ପୁରସ୍କାର…..
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..