Report Card Odisha

| Daily Odia News

ଓଡ଼ିଶା ପୋଲିସ ପାଇଁ ନକ୍ସଲ ଓ ସାଇବର ଅପରାଧ ମୁଖ୍ୟ ଫୋକସ୍…..

ରିପୋର୍ଟ କାର୍ଡ / ଭୁବନେଶ୍ବର

୨୦୨୩ ବର୍ଷ ଓଡ଼ିଶା ପୋଲିସ ପାଇଁ ମୁଖ୍ୟ ଫୋକସ ହେବ ନକ୍ସଲ, ସାଇବର ଅପରାଧ ଓ ଆଇନଶୃଙ୍ଖଳା। ଏହା ଛଡ଼ା ପୁଲିସ ମଧ୍ୟ ନିଶା କାରବାର, ଅର୍ଥନୈତିକ ଅପରାଧ ଉପରେ କଡ଼ା ନଜର ରଖିବ। ତେବେ ବର୍ଷ ଆରମ୍ଭରୁ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପର ଆୟୋଜନ ପୋଲିସ ଓ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିବ। ସେହିପରି ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପଛରେ କୌଣସି ପ୍ରକାର ଚକ୍ରାନ୍ତ ଥିବାର ପ୍ରମାଣ ନାହିଁ। ଭୁବନେଶ୍ବର ରେଳଷ୍ଟେସନ ସମ୍ମୁଖରେ ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରତିବାଦ କରୁଥିବା ରୁଷୀୟ ନାଗରିକ ଆଣ୍ଡ୍ର୍ୟୁଙ୍କ ଉପରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ପୁଲିସ ନଜର ରଖିଛି। ନୂଆବର୍ଷ ଅବସରରେ ୨୦୨୩ ମସିହାରେ ଓଡ଼ିଶା ପୋଲିସର ମୁଖ୍ୟ ଫୋକସ୍ କ’ଣ ହେବ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି ଯେ ଓଡ଼ିଶାରେ ୪.୫ କୋଟି ଲୋକଙ୍କ ସେବା କରିବା ହେଉଛି ଓଡ଼ିଶା ପୋଲିସର ଲକ୍ଷ୍ୟ। ଚଳିତ ବର୍ଷ ଓଡ଼ିଶା ପୁଲିସର ମୁଖ୍ୟ ଫୋକସ ହେବ ନକ୍ସଲ ଓ ସାଇବର ଅପରାଧ। ନକ୍ସଲ ସମସ୍ୟା ହ୍ରାସ କରିବା, ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଓଡ଼ିଶା ପୁଲିସର ମୁଖ୍ୟ ଲକ୍ଷ୍ୟ ହେବ। ବର୍ଷ ୨୦୨୧ ତୁଳନାରେ ୨୦୨୨ରେ ମଧ୍ୟ ନକ୍ସଲ ଜନିତ ଅପରାଧ ହ୍ରାସ ପାଇଛି ବୋଲି ଡିଜି କହିଛନ୍ତି।

Breaking News