ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ସବୁ ୱିଣ୍ଡୋ ପିସିରେ ଗୁଗୁଲ୍ କ୍ରୋମ କାମ ଦେବନି। ଆସନ୍ତା ସପ୍ତାହରୁ ଗୁଗୁଲ୍ କ୍ରୋମର ନୂଆ ଅପଡେଟ୍ ଆସିବ | ବିଶେଷକରି ୱିଣ୍ଡୋଜ୍ ୭, ୱିଣ୍ଡୋଜ୍ ୮/୮.୧ରେ ଏହା କାମ ଦେବନାହିଁ। ଏଗୁଡ଼ିକରେ କ୍ରୋମ ୧୦୯ ଚାଲୁଛି। ଆସନ୍ତାମାସ ୭ ତାରିଖରେ ଗୁଗୁଲ୍ କ୍ରୋମ ୧୧୦ ଆରମ୍ଭ କରିବ। ତେବେ ନୂଆ ଅପଡେଟ୍ କ୍ରୋମ ୧୧୦ କେବଳ ୱିଣ୍ଡୋଜ୍ ୧୦ ଏବଂ ତା ପରବର୍ତ୍ତୀ ୱିଣ୍ଡୋଜ୍ରେ ଉପଲବ୍ଧ ହେବ। କ୍ରୋମର ପୁରୁଣା ଭର୍ସନ ଯେଉଁସବୁ ଡିଭାଇସରେ ରହିଛି ତାହା କାର୍ଯ୍ୟ କରିଲେ ବି ସେଥିରେ କୌଣସି ଅପଡେଟ୍ ହେବ ନାହିଁ। ଯଦି ଆପଣ ଏବେ ୱିଣ୍ଡୋଜ୍ ୭, ୱିଣ୍ଡୋଜ୍ ୮/୮.୧ରେ ରହିଛନ୍ତି ତାହେଲେ ନୂଆ ୱିଣ୍ଡୋଜ୍ ଭର୍ସନକୁ ଯାଆନ୍ତୁ ଯେଉଁଥିରେ ନୂଆ ସିକ୍ୟୁରିଟି ଅପଡେଟ୍ ଏବଂ କ୍ରୋମ୍ର ଫିଚର ମିଳିବ ବୋଲି ଗୁଗୁଲ୍ କହିଛି। ଜାନୁଆରି ୧୦ ତାରିଖରୁ ୱିଣ୍ଡୋଜ ୭ ଓ ୱିଣ୍ଡୋଜ୍ ୮.୧ରେ ସିକ୍ୟୁରିଟି ଅପଡେଟ୍ ଏବଂ ବୈଷୟିକ ସହାୟତା ମିଳିବ ନାହିଁ ମାଇକ୍ରୋସଫ୍ଟ ଘୋଷଣା କରିବା ପରେ ଗୁଗୁଲ୍ ଏହା କହିଛି।






More Stories
ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
ଆଗୁଆ ହେବନି ପଞ୍ଚାୟତ ନିର୍ବାଚନ…..
ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଶେଷ…..