ରିପୋର୍ଟ କାର୍ଡ / ଯାଜପୁର
ଯାଜପୁରଠାରେ ରାଜ୍ୟର ପ୍ରଥମ ମହିଳା ମିସନ ଶକ୍ତି ଭବନ ଲୋକାର୍ପିତ ହୋଇଛି। ଆଜି ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପସ୍ଥିତିରେ ମିସନ ଶକ୍ତି ଭବନ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏସଏଚଜିଙ୍କୁ ଋଣର ସୁଧ ଫେରସ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିସନ ଶକ୍ତି କେବଳ ସ୍ଲୋଗାନ ନୁହେଁ, ବରଂ ଏହା ଜୀବନଧାରା ପାଲଟିଛି । ମୁଁ ମା’ମାନଙ୍କୁ ଉଦ୍ୟାେଗୀ ଭାବେ ଦେଖିବାକୁ ଚାହେଁ । ଓଡ଼ିଶାର ରୂପାନ୍ତରଣରେ ସେମାନଙ୍କର ଅଛି ବଡ଼ ଭୂମିକା ରହିଛି। ଯାଜପୁରଠାରେ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ବାଣ୍ଟିଛନ୍ତି। ଏହାଦ୍ବାରା ଉପକୃତ ହେବେ ୨.୫ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ। ଏହା ଏକ ମାଇଲଖୁଣ୍ଟ ବୋଲି ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଜିରୋ ଇଣ୍ଟରେଷ୍ଟ ଲୋନ୍ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଗଲା, ଯାହା ଏପ୍ରିଲ୍ ୨୦୨୨ ରେ ଲାଗୁ କରାଯାଇଥିଲା। ଏହା ମଧ୍ୟରେ ଯେତିକି ସୁଧ ହୋଇଥିଲା ତାହା ବଣ୍ଟା ଯାଇଛି।






More Stories
ସାଦା ପୋଷାକରେ ଜଗିବ ପୋଲିସ…..
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……
୨୪ରେ ରାଜ୍ୟ କ୍ୟାବିନେଟ……