ରିପୋର୍ଟ କାର୍ଡ / ପରଜଙ୍ଗ
ବ୍ୟାଙ୍କ ସମ୍ମୁଖରେ ହାଣି ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ | ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ। ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁନ୍ଦନଦେଇପୁର ଗାଁର ଜୟନ୍ତ କୁମାର ଆଚାର୍ଯ୍ୟ। ସେ ଏକ ଡିଷ୍ଟ୍ରିବ୍ୟୁଟର କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି। ସେ ୧୫ ଲକ୍ଷ ଟଙ୍କା ଧରି ଲୋଧଣୀ ଗାଁ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ। ସେ ଏହି ଟଙ୍କା ଜମା କରିବାକୁ ଆସିଥିବା ବେଳେ ବ୍ୟାଙ୍କ ସାମ୍ନାରେ ତାଙ୍କ ବାଟ ଓଗାଳିଥିଲେ ୩ ଜଣ ଦୁର୍ବୃତ୍ତ। ବାଇକ୍ରେ ଆସିଥିବା ଏହି ଦୁର୍ବୃତ୍ତମାନେ ହଠାତ୍ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଫେରାର ହୋଇଯାଇଥିଲେ।






More Stories
ଦୁର୍ଘଟଣାନେଲା ୫ ପୋଲିସ ଅଧିକାରୀଙ୍କ ଜୀବନ……
ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…..
ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର:ବାନ୍ଧବୀ ଫେରାର…..