ରିପୋର୍ଟ କାର୍ଡ / ଭୁବନେଶ୍ବର
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ନାଗଙ୍କର ଭୁବନେଶ୍ୱର ସତ୍ୟବିହାରରେ ଥିବା ବିଳାସପୂର୍ଣ୍ଣ ଘର ଆଟାଚ୍ କରିଛି। ଏହାଛଡ଼ା ଦୁଇଟି ଦାମୀ ଗାଡ଼ିକୁ ବି ଆଟାଚ୍ କରିଥିବା ଜଣାପଡିଛି। ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘରର ମୂଲ୍ୟ ୩ କୋଟି ୬୪ ଲକ୍ଷ ହୋଇଥିବା ବେଳେ ଦୁଇଟି ଗାଡ଼ିର ମୂଲ୍ୟ ୫୬ ଲକ୍ଷ ୫୦ ହଜାର ବୋଲି ଦର୍ଶାଇଛି ଇଡି। ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଶ୍ରଦ୍ଧାଞ୍ଜଳି ବେହେରା ଓ ଖଗେଶ୍ୱର ପାତ୍ରଙ୍କ ସହଯୋଗରେ ଏହି ଅର୍ଥ ରୋଜଗାର କରିଥିବା ନେଇ ଇଡି ଦର୍ଶାଇଛି । ୨୪୧ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..