ରିପୋର୍ଟ କାର୍ଡ / ବଲାଙ୍ଗିର
ବଲାଙ୍ଗିର ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ କଳି ତୀବ୍ର ହେବାରେ ଲାଗିଛି । ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ବ୍ୟବହାରକୁ ନିନ୍ଦାକରି ଜିଲ୍ଲାର ଓଏଏସ୍ ଅଫିସରମାନେ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବିଜୁ କେବିକେ ଅନୁଦାନ କାଟିବା ଓ 5-T ସ୍କୁଲ୍ କାମରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ ବିଧାୟକ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ଆସନ୍ତା ୧୬ ଓ ୧୭ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁ ବ୍ଲକରେ ଧାରଣା ଦେବେ କଂଗ୍ରେସ କର୍ମୀ। ୧୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଲାଗି ସନ୍ତୋଷ ସିଂହ ସାଲୁଜା ଆଜି ଧମକ ଦେଇଛନ୍ତି। ବିଜୁ କେବିକେ ଯୋଜନା ପାଣ୍ଠି କାଟିବା ଓ 5-T ସ୍କୁଲ୍ କାମରେ ଅନିୟମିତତା ପ୍ରତିବାଦରେ ସେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।






More Stories
ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀ ଲିଷ୍ଟରେ ୫ ନାଁ…..
ରାଜ୍ୟରେ ଖୋଲିବ ୩ ନୂଆ ମହାବିଦ୍ୟାଳୟ…..
ଭିଜିଲାନ୍ସ ଜାଲରେ ଆର୍ଆଇ…..