ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟର ମୃତ୍ୟୁ ସଂଖ୍ୟା ୬୮ କୁ ବୃଦ୍ଧି ହୋଇଛି | ରବିବାର ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ATR-72 ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାତ୍ରା କରୁଥିଲା। ଅବତରଣ କରିବାର ଦଶ ସେକେଣ୍ଡ ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ବିମାନରେ ୭୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ ଓ ସେମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିଲେ। ନେପାଳ ବେସାମରିକ ବିମାନ ଚଳାଚଳ ବିଭାଗ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ପାଗ ନିର୍ମଳ ଥିଲା। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। ଗତ ୩ ଦଶନ୍ଧି ମଧ୍ୟରେ ହିମାଳୟ ନିକଟବର୍ତ୍ତୀ କ୍ଷୁଦ୍ର ଦେଶଭିତରେ ଏହା ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା। ବିମାନ ଦୁର୍ଘଟଣାରେ ୬୮ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ନେପାଳ ସରକାର ଆଜି ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାର କାରଣ ଖୋଜିବା ପାଇଁ ନେପାଳ ସରକାର ଏକ ୫ ଜଣିଆ କମିଟି ଗଠନ କରିଛନ୍ତି।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….