ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ମହଦାକାଂକ୍ଷୀ ହେବେ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତିପ୍ରାଣା ପତ୍ନୀଙ୍କ ଉପଦେଶ କଲ୍ୟାଣକାରୀ ହେବ।
ବୃଷ : ନିରଳସ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ। ଆୟୁଷ୍ମାନ୍ ହେବେ। ଶକ୍ତିମାନ୍ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ମାନିତ ହେବେ।
ମିଥୁନ : ବୁଦ୍ଧି ଓ କଳ୍ପନା କ୍ଷେତ୍ରରେ ଅଧିକ କ୍ରିୟାଶୀଳ ହେବେ। ଉତ୍ତରଦାୟିତ୍ବ ନିର୍ବାହ କରିବାରେ ପାରଙ୍ଗମ ହେବେ। ହଠାତ୍ କିଛି ଅର୍ଥ ମିଳିପାରେ। କର୍ମଚଞ୍ଚଳ ରହିବେ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ।
କର୍କଟ : କର୍ମଚଞ୍ଚଳ ରହିବେ। କାର୍ଯ୍ୟଧାରାର ଗତି କ୍ଷିପ୍ର ହୋଇପାରେ। କୃଷି ବିଶାରଦଭାବେ ନିର୍ଭରଶୀଳ ଛାତ୍ର ସମାଜକୁ ପରାମର୍ଶ ଓ ହାର୍ଦିକ ସହାୟତା ପ୍ରଦାନ କରିବେ। ଦାନଧର୍ମରେ ଦୀକ୍ଷିତ ହେବେ।
ସିଂହ : ନ୍ୟାୟପ୍ରିୟ ହେବେ। କଥା କମ୍ ଓ କାର୍ଯ୍ୟ ଅଧିକ କରିବାକୁ ପସନ୍ଦ କରିବେ। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ପ୍ରେମୀ ଓ ସାହସୀ ହେବେ।
କନ୍ୟା : ନିଜେ ଦୁଃଖ, କଷ୍ଟ ସହି ପରିବାରର ମଙ୍ଗଳ ପାଇଁ ଉଦ୍ୟମ ଜାରି ରଖିବେ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇପାରନ୍ତି। ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ପତ୍ନୀଙ୍କ ସହଯୋଗ ମିଳିବ।
ତୁଳା : ବିବେକାନୁମୋଦିତ କାର୍ଯ୍ୟକରିବେ। ନିଷ୍କପଟ ହେବେ। ପରର ଧନ ହରଣର ଚେଷ୍ଟା କେବେ ବି କରିବେ ନାହିଁ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣକ୍ଷେତ୍ରରେ ଶୌର୍ଯ୍ୟାଶାଳୀ ହୋଇପାରନ୍ତି।
ବିଛା : କାହାରି ପଥ ଅନୁସରଣ କରିବେ ନାହିଁ। ଇଚ୍ଛା ପୂର୍ଣ୍ଣ ହେବ; ମାତ୍ର ବିଳମ୍ବରେ। କର୍ମଚଞ୍ଚଳ ରହିବେ। ନିରବ ଭାବନା ଦ୍ବାରା ଯାହା ଚେତନାବଦ୍ଧ ହୁଏ, ସେହି କାର୍ଯ୍ୟ କରିବେ।
ଧନୁ : ଜୀବନ ସତ୍ୟ ଉପରେ ଆଧାରିତ ହେବ। ଆତ୍ମଶକ୍ତିକୁ ଜାଗ୍ରତ ରଖି ସେହି ଆତ୍ମଶକ୍ତି ଉପରେ ବିଶ୍ବାସ ରଖିପାରନ୍ତି। କର୍ମଚଞ୍ଚଳ ରହିବେ। ଆୟୁଷ୍ମାନ୍ ହେବେ। ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ମିଳିବ।
ମକର : ସତ୍ୟବକ୍ତା ହେବେ। ମିଥ୍ୟାବାଦୀଙ୍କୁ ଘୃଣା କରିପାରନ୍ତି। ସ୍ପଷ୍ଟବାଦୀ ଭାବେ ସମାଜରେ ଆଦରଣୀୟ ହେବେ। କର୍ମତତ୍ପର ରହିବେ। କୁଳମର୍ଯ୍ୟାଦା ରକ୍ଷା କରିବେ। ଦୟାର୍ଦ୍ରଚିତ୍ତ ହେବେ। ସ୍ନେହୀ ହେବେ।
କୁମ୍ଭ : କୋପୀ ହେଲେ ବି ହୃଦୟ କୋମଳ ଓ ଦୟାର୍ଦ୍ରଚିତ୍ତ ହେବେ। କାହାରି ଦୟା ଉପରେ ନିର୍ଭର ନ କରି ଓ ବିଚଳିତ ନ ହୋଇ ସଂଘର୍ଷମୟ ଜୀବନଯାପନ କରିବେ। ଧର୍ମଧ୍ବଜାଧାରୀ ହେବେ।
ମୀନ : ଚରିତ୍ରବାନ୍ ଓ ସଦାଚାରୀ ହୋଇପାରନ୍ତି। ବ୍ୟବହାର କୁଶଳତା ଯୋଗଁୁ ସବୁରି ପ୍ରିୟ ହେବେ। ରସହୀନ ଉଦ୍ୟମ ପାଷାଣ ସଦୃଶ ହୋଇପାରେ। କଷ୍ଟାଧିକ କାର୍ଯ୍ୟ ବ୍ୟସ୍ତବହୁଳ ହୋଇପାରେ। ସତର୍କରେ ଚଳିବେ।
More Stories
ଧାର୍ମିକ ଓ ତେଜସ୍ବୀ ହେବେ…..
ପ୍ରଶଂସାର ପାତ୍ର ହେବେ….
ପ୍ରଶଂସାର ପାତ୍ର ହେବେ…..