ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ନିକଟ ସମୁଦ୍ରରେ ଦୁଇଟି ମାଛଧରା ଟ୍ରଲର୍ ସହ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କର ପାତ୍ତାମିଳୁନାହିଁ | ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୋଲିସ କୁ ଚିଠି ଲେଖିଛନ୍ତି। ପାରାଦୀପଠାରୁ ୮୮ ନଟିକାଲ୍ ମାଇଲ୍ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍ (ଆଇଏନ୍ଡି ଓଆର୍–୦୪ ଏମ୍ଏମ୍ ୨୬ ଓ ଆଇ୍ଏନ୍ଡି ଓଆର୍–୦୪ ଏମ୍ଏମ୍ ୩୧୪)ର ପତ୍ତା ମିଳୁନାହିଁ । ଜଣେ ମାଲିକ କେ. କୋଣ୍ଡାଲାଙ୍କ ଅଭିଯୋଗ ମୁତାବକ ତାଙ୍କ ଟ୍ରଲର୍ରେ ଚାଳକଙ୍କୁ ମିଶାଇ ୭ ଜଣ ମତ୍ସ୍ୟଜୀବୀ ଥିଲେ। ଅନ୍ୟଜଣେ ଟ୍ରଲର୍ ମାଲିକ ସସ୍ମିତା ବରାଳଙ୍କ ଅଭିଯୋଗ ମୁତାବକ, ତାଙ୍କର ଟ୍ରଲର୍ରେ ୬ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥିଲେ। ଏହି ଦୁଇଟି ଟ୍ରଲର ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ। ଉଭୟ ମାଲିକ ଟ୍ରଲର୍ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା। ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତ୍ତା ମିଳିନାହିଁ । ଏହା ପରେ ମତ୍ସ୍ୟ ବିଭାଗକୁ ଅବଗତ କରାଯାଇଛି ।
More Stories
କୃଷ୍ଣ-ତାରା ମୁହାଁମୁହିଁ….
୩ ଆପ୍ ପାର୍ଷଦ ବିଜେପିରେ ଯୋଗଦେଲେ……
କଂଗ୍ରେସକୁ ଫେରିବା ନେଇ ଇସାରା ଦେଲେ ପ୍ରଫୁଲ୍ଲ!……