ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଆତ୍ମସମ୍ମାନ ସହ ମରିବାର ଅଧିକାର’କୁ ଯଦି ସ୍ବୀକୃତି ରହିଛି ତେବେ ଚିକିତ୍ସା ବା ଲାଇଫ୍ ସପର୍ଟ ହଟାଇବା ନେଇ ଏକ ‘ଆଡଭାନ୍ସ ମେଡିକାଲ ଡାଇରେକ୍ଟିଭ୍’ ସୃଷ୍ଟି କରିବା ନେଇ ରୋଗୀମାନଙ୍କର ଅଧିକାର କାହିଁକି ନ ରହିବ|ଏ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟର ସମ୍ବିଧାନ ବେଞ୍ଚ ବିଚାର କରୁଛନ୍ତି। ସୁପ୍ରିମ୍କୋର୍ଟ କହିଛନ୍ତି ଯେ ସେମାନେ ପାସିଭ୍ ୟୁଥାନାସିଆ (ଇଚ୍ଛାମୃତ୍ୟୁ) ଉପରେ ୨୦୧୮ ରାୟର ସମୀକ୍ଷା କରିବେ ନାହିଁ, ସେମାନେ କେବଳ ଏହା ଉପରେ ସଂଶୋଧିତ ମାର୍ଗଦର୍ଶିକା ଜାରି କରିବେ। ଯେଉଁ ରୋଗୀମାନେ ଜୀବନର ଶେଷ ସୋପାନରେ ପହଞ୍ଚିଛନ୍ତି, କେବଳ କଷ୍ଟ ଭୋଗିବା ଛଡ଼ା ଆଉ ଭଲ ହେବାର ସମ୍ଭାବନା ନାହିଁ ଏବଂ ଯେଉଁମାନେ କୋମାରେ ଅଛନ୍ତି, ସେମାନଙ୍କ ଚିକିତ୍ସା ବନ୍ଦ କରିବା ବା ଲାଇଫ୍ ସପର୍ଟ ହଟାଇବା ଲାଗି ‘ଆଡଭାନ୍ସ ଡାଇରେକ୍ଟିଭ୍ସ’ (ଅଗ୍ରିମ ନିର୍ଦ୍ଦେଶାବଳି) ପ୍ରକ୍ରିୟାକୁ ସହଜ କରିବା ନିମନ୍ତେ କୋର୍ଟ ବିଚାର କରୁଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..