Report Card Odisha

| Daily Odia News

କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ମହନୀୟ କର୍ମସମୂହ ଆପଣଙ୍କୁ ଶୀର୍ଷାସନ ଦେଇପାରେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।
ବୃଷ : ସେବା, କାର୍ପଣ୍ୟ ଓ ଭକ୍ତି ବଳରେ ଆପଣ କ୍ଷମତାଧାରୀ ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କାର୍ଯ୍ୟ ସରସ, ସୁନ୍ଦର ହେବ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ : ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ନିର୍ଭୟରେ ଆଗକୁ ବଢ଼ିପାରନ୍ତି। କେତେକ କ୍ଷେତ୍ରରେ ଆଶା ନିରାଶାରେ ପରିଣତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
କର୍କଟ : ଚଳିତ ମାସ ମଧ୍ୟରେ ଆଜି ଦିନଟି ପରମ ସୁଖଦାୟକ ହେବ। ସୌଭାଗିନୀ ପତ୍ନୀଙ୍କ ପରାମର୍ଶ ଉତ୍‌ଥାନ ଦେଇପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଆହାର ତୃପ୍ତିଦାୟକ ହେବ।
ସିଂହ : ଶତ୍ରୁତାର ଅବସାନ ଘଟାଇ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଭ୍ରାତୃଭାବ ଅତୁଟ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ।
କନ୍ୟା : ପ୍ରବଚନ ପ୍ରଦାନର ପ୍ରସ୍ତୁତି ପର୍ବ ସ୍ବରୂପ ଆନା ଆଧ୍ୟାତ୍ମ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ପ୍ରିୟାଙ୍କ ସହଯୋଗରୁ ଅଧିକ ଉତ୍ସାହିତ ହେବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି।

ତୁଳା : ଅକ୍ଲାନ୍ତ ପରିଶ୍ରମ କରି ଥକିଯାଇ ପାରନ୍ତି; ମାତ୍ର ତା’ର ମୂଲ୍ୟ ଆପଣଙ୍କୁ ମିଳିବ। ଯାନବାହନ ସୁଖ ମିଳିବ। ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କେତେକ କାର୍ଯ୍ୟରେ ଅଶାନ୍ତି ଉପୁଜିପାରେ।
ବିଛା : ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଆୟ ଆସି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ସ୍ବୟଂସିଦ୍ଧା ହୋଇପାରନ୍ତି। କର୍ମ ଉପରେ ଧ୍ୟାନ ଦେଇ ଜୀବନର ମହାର୍ଘ ଲାଭ କରିପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। ଅଶାନ୍ତି ଦୂର ହେବ।
ଧନୁ : ଧୈର୍ଯ୍ୟ ବଳରେ ସଫଳ ଜୀବନର ସୁନିଶ୍ଚିତ ଆଧାର ହେବେ। ପ୍ରଥିତଯଶା ଓ ପ୍ରତ୍ୟୁତ୍ପନମତି ହେବେ। ସନ୍ମାର୍ଗୀ ହୋଇ ସକଳ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଧନାଗମ ହେବ।
ମକର : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ସରକାରଙ୍କ କୃପାରୁ ଓ ବନ୍ଧୁଙ୍କ ସହାୟତାରେ ଲାଭବାନ୍‌ ହୋଇପାରନ୍ତି। ବାକ୍ୟବୀର ନ ହୋଇ କର୍ମବୀର ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
କୁମ୍ଭ : ମନର ଅନ୍ତରାଳରେ ଥିବା ଏକ ବିଲକ୍ଷଣ ଆତ୍ମବଳ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବଳୀୟାନ୍‌ କରିପାରେ। ଏକାନ୍ତ ସାଧନା ଫଳବତୀ ହେବ। ସାହସୀ ଓ ଜ୍ଞାନୀ ହେବେ। ଭାଷା ମଧୁର ଓ ପ୍ରେମପୂର୍ଣ୍ଣ ହେବ।
ମୀନ : ଜ୍ଞାନ ପିପାସା ମେଣ୍ଟାଇ ବହୁ ଅତି ଦୁରୂହ କାର୍ଯ୍ୟ ହାତକୁ ନେଇ ଅନିସନ୍ଧିତ୍ସୁ ହୋଇପାରନ୍ତି। କର୍ମକ୍ଷେତ୍ର ଓ ଧର୍ମକ୍ଷେତ୍ରକୁ ଏକାକାର କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।

Breaking News