Report Card Odisha

| Daily Odia News

ଡିଏଭି କଳିଙ୍ଗନଗର ପରିସରରେ ପରାକ୍ରମ ଦିବସ ପାଳିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡିଏଭି କଳିଙ୍ଗନଗରରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦୁଇ ଦେଶଭକ୍ତଙ୍କ ଜୀବନାଦର୍ଶରେ ଅନୁପ୍ରେରିତ ହୋଇ ରାଷ୍ଟ୍ରକାର୍ଯ୍ୟରେ ସମର୍ପିତ ମନୋଭାବ ପୋଷଣକରିବାକୁ ସେ ଯୁବପିଢୀଙ୍କୁ ଆହ୍ୱାନ କରିଥିଲେ । ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଦୁଇ ମହାନ ନେତାଙ୍କ ଜୀବନୀକୁ କବିତା ଆବୃତ୍ତି ଓ ଅଭିଭାଷଣ ମାଧ୍ୟମରେ ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଧ୍ୟ ସମବେତ ସଙ୍ଗୀତ, ନୃତ୍ୟ ପରିବେଷଣ, ବାଦ୍ୟଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ଗୀତର ଧୁନ୍ ପରିବେଷଣ କରାଯାଇଥିଲା । ପରିଶେଷରେ କୃତୀ ଛାତ୍ରଛାତ୍ରୀମାନେ ପୁରସ୍କୃତ ହୋଇଥିଲେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅଧ୍ୟକ୍ଷଙ୍କ ସମେତ ଶିକ୍ଷକଶିକ୍ଷୟିତ୍ରୀମାନେ ସୁନ୍ଦରପଦାସ୍ଥିତ ‘ପିପୁଲ ଫର୍ ସେବା’ ବୃଦ୍ଧାଶ୍ରମକୁ ଯାଇଥିଲେ । ସେଠାରେ ଥିବା ଅନ୍ତେବାସୀଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କରିବା ସହିତ ସେମାନଙ୍କୁ ଚୂଡା, ଚାଉଳ, ଗୁଡ, ବିସ୍କୁଟ, ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବାଣ୍ଟିଥିଲେ । ସମସ୍ତଙ୍କ ସହଯୋଗରେ ଇଂରାଜୀ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

Breaking News