Report Card Odisha

| Daily Odia News

ବଜେଟ୍‌‌ ୨୦୨୩-୨୪:ଜାଣନ୍ତୁ କଣ ଶସ୍ତା-ମହଙ୍ଗା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ବଜେଟ୍‌‌ ୨୦୨୩ -୨୪ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ସୀମା ଶୁଳ୍କ ୧୩ ପ୍ରତିଶତ ହ୍ରାସ ହୋଇଥିବା ଯୋଗୁ ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ,ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି। ସେହିପରି ଖେଳଣା, ସାଇକେଲ, ଅଟୋମୋବାଇଲ୍‌ ଶସ୍ତା ହୋଇଛି। ପୋଷାକରୁ ଟିକସ ହ୍ରାସ କରାଯାଇଛି। ଫଳରେ ଏହା ଶସ୍ତା ହେବ ବୋଲି କୁହାଯାଇଛି। ଇଲେକ୍‌ଟ୍ରୋନିକ୍‌ ବାହାନର ଦାମ୍‌ ମଧ୍ୟ ଶସ୍ତା ହେବ ବୋଲି ଘୋଷଣା କରାଯାଇଛି। ରୋଷେଇ ଘରେ ବ୍ୟବହାର ହେଉଛି ଚିମ୍ନୀ ଉପରୁ ମଧ୍ୟ ଟିକସ ହ୍ରାସ ହୋଇଛି। ମେରାଇନ୍ ପ୍ରଡ ଉପରୁ କଷ୍ଟମ୍‌ ଡ୍ୟୁଟି ହ୍ରାସ ପାଇଥିବା ନେଇ ନେଇ ବଜେଟରେ ଘୋଷଣା କରାଯାଇଛି। ଅନ୍ୟପଟେ ଷ୍ଟିଲ ଓ କଞ୍ଚାମାଲ ଉପରୁ ଡ୍ରୁଟି ହ୍ରାସ ଜାରି ରହିବ ବୋଲି କୁହାଯାଇଛି।ସେହିପରି ଟେଲିଭିଜନ ପାର୍ଟ ଗୁଡିକ ଉପରୁ ମଧ୍ୟ ୨.୫% ଟିକସ ହ୍ରାସ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଚଳିତ ବଜେଟ୍‌ରେ କିଛି ଜିନିଷ ଉପରେ ମଧ୍ୟ ଟିକସ ବୃଦ୍ଧି କରାଯାଇଛି। ସିଗାରେଟ ଉପରେ ଟିକସ ବୃଦ୍ଧି ହୋଇଛି। ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି, ଫଳରେ ଆହୁରି ମହଙ୍ଗା ହେବ। ଲ୍ୟାବ୍‌ ତିଅରି ହୀରା ଉପରେ ଟିକସ ହ୍ରାସ କରାଯାଇଥିବା ଜଣାପଡିଛି |

Breaking News