ରିପୋର୍ଟ କାର୍ଡ / କୋରାପୁଟ
ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଏହି ଟ୍ରେନ କୋତାବାଲସାରୁ ଆର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏଥିରେ କୌଣସି ମୃତାହତ ହୋଇନି ବୋଲି ସୂଚନା ଦେଇ ରେଲୱେ ଅଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ଭୋର ସମୟରେ କୋରାପୁଟର ଶିବଲିଙ୍ଗପୁରମ୍ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଛି । ତେବେ ଘଟଣାସ୍ଥଳରେ ଉଚ୍ଚ ଅଧିକାରୀ ପହଁଚିଛନ୍ତି । ଟ୍ରେନ ଲାଇନଚ୍ୟୁତ ଯୋଗୁଁ ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ନିକଟରେ ଏପରି ଏକ ଘଟଣା ରାଜସ୍ଥାନରେ ଘଟିଥିଲା । ରାଜସ୍ଥାନର ପାଲିରେ ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ । ସେନେଇ ୨ଟି ଟ୍ରେନକୁ ବାତିଲ କରାଯାଇ, ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।






More Stories
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..