ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପେଶୱାରର ଏକ ମସଜିଦରେ ସୋମବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୦୦ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପାକିସ୍ତାନ ପୋଲିସ ଏ ଯାବତ ୧୭ ଜଣଙ୍କୁ ଗିରଫ କରି ସାରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ପେଶାୱାରର ପୁଲିସ୍ ଲାଇନ୍ସ ଅଞ୍ଚଳରେ ଥିବା ଏହି ମସଜିଦରେ ସୋମବାର ମଧ୍ୟାହ୍ନ ସମୟରେ ଏକ ଆତ୍ମଘାତୀ ହମଲା ହୋଇଥିଲା। ଶତାଧିକ ପୁଲିସ କର୍ମୀ, ସେନା ଯବାନ ଓ ଅଧିକାରୀମାନେ ମଧ୍ୟାହ୍ନ ପ୍ରାର୍ଥନା ପାଇଁ ଏକାଠି ହୋଇଥିବା ବେଳେ ଆତଙ୍କବାଦୀ ସଂଗଠନ ଟିଟିପିର ଜଣେ ସଦସ୍ୟ ଆତ୍ମଘାତୀ ହମଲା କରିଥିଲେ। ଏହି ବିସ୍ଫୋରଣରେ ବହୁ ସଂଖ୍ୟାରେ ପୁଲିସ୍ କର୍ମୀ ନିହତ ହୋଇଥିବା ଜଣାଯାଇଛି । ଏହାକୁ ଗୁରୁତର ସହ ନେଇଥିବା ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଦେଶରୁ ଆତଙ୍କବାଦୀଙ୍କୁ ହଟାଇବା ଏବଂ ଆତଙ୍କବାଦୀ ସଂଗଠନ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..