Report Card Odisha

| Daily Odia News

ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା,୩୦ ମୃତ୍ୟୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ଏକ ଭୟଙ୍କର ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ସହ କାର ସାମ୍ନାସାମ୍ନି ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। କୋହିସ୍ତାନର ଖାଇବର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମେଡିଆ ରିପୋର୍ଟ ଅନୁସାରେ -ଏହି ଯାତ୍ରୀବାହି ବସ୍ ଗିଲଗିଟ୍‌ରୁ ରାୱଲପିଣ୍ଡି ଆସୁଥିଲା। ଅପରପାର୍ଶ୍ୱରୁ ଆସୁଥିବା ଏକ କାର୍‌ ସହ ଏହା ଧକ୍କା ହେବା ପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ସ୍ଥାନୀୟ ଲୋକ, ପୋଲିସ ଓ ପ୍ରଶାସନିକ କର୍ମଚାରୀ ଆହତଙ୍କୁ ନିକଟସ୍ଥ ଆରଏଚ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଗୀଲଗୀଟ୍ ବାଲିଚିସ୍ତାନ ମୁଖ୍ୟମନ୍ତ୍ରୀ ଖାଲିଦ୍ ଖୁରସିଦ୍ ସମସ୍ତ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାଛଡ଼ା ଲୋକଙ୍କୁ ସହାୟତା କରିବା ନିମନ୍ତେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ୍ ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Breaking News