Report Card Odisha

| Daily Odia News

ବାଇଡେନଙ୍କ ପତ୍ନୀଙ୍କୁ ଚୁମ୍ବନ ଦେଲେ କମଳା ହାରିସଙ୍କ ସ୍ବାମୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ ବାଇଡେନଙ୍କ ଓଠରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ସ୍ୱାମୀ ଚୁମ୍ବନ ଦେଇଛନ୍ତି | ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ଟ୍ବିଟରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ସୂଚନା ମୁତାବକ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ‘ଷ୍ଟେଟ ଅଫ ଦି ୟୁନିଅନ’କୁ ସମ୍ବୋଧିତ କରିବା ପାଇଁ ମଙ୍ଗଳବାର ଦିନ କ୍ୟାପିଟାଲ ହିଲରେ ପହଞ୍ଚିଥିଲେ। ବାଇଡେନଙ୍କ ଭାଷଣ ଶୁଣିବା ପାଇଁ ଅନେକ ଲୋକ ମଧ୍ୟ କ୍ୟାପିଟାଲ ହିଲରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ ବାଇଡେନ ଏବଂ କମଲା ହାରିସଙ୍କ ସ୍ୱାମୀ ଡଗ ଏମହଫ ମଧ୍ୟ ଥିବା ଦେଖାଯାଇଥିଲା। ତେବେ ଜୋ ବାଇଡେନ ଭାଷଣ ଆରମ୍ଭ କରିବା ପୂର୍ବରୁ ପତ୍ନୀ ଜିଲ ବାଇଡେନ ହଲରେ ପହଞ୍ଚିବା ସହ ଡଗ ଏମହଫଙ୍କ ନିକଟକୁ ଯାଇ ତାଙ୍କ ଓଠରେ ଚୁମ୍ବନ ଦେଇଥିଲେ।

Breaking News