Report Card Odisha

| Daily Odia News

ଭାରତ ଆସିବେ ୧୨ ଚିତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଭାରତ ଆସିବେ। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ କହିଛନ୍ତି । ଉଚ୍ଚାଭିଳାଷୀ ଚିତା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ରେ ନାମିବିଆରୁ ଆଠଟି ଚିତା ଅଣାଯାଇଥିଲା । ବର୍ତ୍ତମାନ କୁନୋରେ ଥିବା ଆଠଟି ଚିତା ପ୍ରତି ତିନି-ଚାରି ଦିନରେ ଗୋଟିଏ ଶିକାର କରୁଥିବା ଏବଂ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଅଧିକାରୀମାନେ କହିଛନ୍ତି। ବିଶ୍ୱର ୭୦୦୦ ଚିତା ମଧ୍ୟରୁ ଅଧିକାଂଶ ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ବୋତସ୍ୱାନା ରେ ବାସ କରନ୍ତି। ଆସିବାକୁ ଥିବା ୧୨ଟି ଚିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦକ୍ଷିଣ ଆଫ୍ରିକାରୁ ୮ ହଜାର ୨୫୦ କିଲୋମିଟର ଅତିକ୍ରମ କରି ଚିତାଗୁଡ଼ିକୁ ଭାରତ ଅଣାଯିବ । ଏସବୁ ଚିତାକୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛଡାଯିବ । ଏହା ଦ୍ୱାରା ଦେଶରେ ମୋଟ୍ ଚିତା ସଂଖ୍ୟା ୨୦ରେ ପହଞ୍ଚିବ । ପୂର୍ବରୁ ଉଚ୍ଚାଭିଳାଷୀ ଚିତା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ରେ ନାମିବିଆରୁ ୮ ଚିତା ଭାରତ ଆସିଥିଲେ ।

Breaking News