ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଶୂନ୍ୟକାଳରେ ଗୃହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି କେନ୍ଦ୍ର ସରକାର ଓଡ଼ିଶା ଲୋକଙ୍କୁ ଠକି ଦେଇଛନ୍ତି। ଏଭଳି ବ୍ୟାନର ଧରି ନିଜ ନିଜ ଆସନରେ ଛିଡ଼ା ହୋଇ ଶାସକ ଦଳର ସଦସ୍ୟମାନେ ନାରାବାଜି କରିଥିଲେ। ଏଣେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଓ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପିର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଆଜି ବିଧାନସଭାରେ ବିଚାରାଧୀନ ବନ୍ଦୀ ଗୋବିନ୍ଦ ସାହୁର ମୃତ୍ୟୁକୁ ନେଇ ବିରୋଧୀ ସଦସ୍ୟ ମୁଲତବୀ ପ୍ରସ୍ତାବ ଆଣିଥିଲେ। କିନ୍ତୁ ସେ ସଂପର୍କରେ ଆଲୋଚନା ହୋଇପାରନଥିଲା।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..