ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଏପ୍ରିଲରୁ ଭର୍ଚୁଆଲ କୋର୍ଟ ଆରମ୍ଭ ହେବ । ମାର୍ଚ୍ଚ ୨୦୨୩ ସୁଦ୍ଧା ଭର୍ଚୁଆଲ କୋର୍ଟ ଆରମ୍ଭ ହେବ ବୋଲି କୁହାଯାଇଥିଲା | ସୂଚନା ଅନୁସାରେ, ୩୧୭ଟି ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ ହେବ । ଆଭାସି ମାଧ୍ୟମରେ ଜମିଜମା କେସର ଫଇସଲା ହେବ ବୋଲି କୁହାଯାଉଛି । ତେବେ ୮୦ ତହସିଲରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟ ଆରମ୍ଭ ବୋଲି କୁହାଯାଉଛି । ଏହାର ସଚେତନତା ପାଇଁ ଗାଁ ଗାଁରେ ରାଜସ୍ୱ ମେଳା ହେବ । ସୂଚନା ମୁତାବକ, କୋଣାର୍କ ଇକୋ ରିଟ୍ରିଟ୍ରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ, ଜନସାଧାରଣ ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କକୁ ହ୍ରାସ କରିବା ପାଇଁ ମାର୍ଚ୍ଚ, ୨୦୨୩ ସୁଦ୍ଧା ସମସ୍ତ ତହସିଲ୍ରେ ଭର୍ଚୁଆଲ କୋର୍ଟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ତହସିଲରେ ସପ୍ତାହକୁ ୨ରୁ ୩ଦିନ ନିୟମିତ କ୍ୟାମ୍ପ କୋର୍ଟ ଆୟୋଜନ କରିବାକୁ ସମସ୍ତ ତହସିଲକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ ଅଧିକ ସ୍ୱଚ୍ଛତା ଏବଂ ମଧ୍ୟସ୍ଥିଙ୍କୁ ହଟାଇବା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା ଭଳି ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଅସୁବିଧାମୁକ୍ତ ପଞ୍ଜୀକରଣ ଏବଂ ଆବେଦନକାରୀଙ୍କ ପ୍ରତୀକ୍ଷା ଓ କାର୍ଯ୍ୟାଳୟ ଭିଡ଼ କମାଇବା ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯିବ ।






More Stories
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..