Report Card Odisha

| Daily Odia News

ଆଜିର ‘ବିଶ୍ବକର୍ମା’ ଆସନ୍ତାକାଲିର ‘ଉଦ୍ୟୋଗୀ’ ହୋଇପାରିବେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିର ‘ବିଶ୍ବକର୍ମା’ ଆଗାମୀକାଲିର ‘ଉଦ୍ୟୋଗୀ’ ହୋଇପାରିବେ | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପି.ଏମ୍‌. ବିଶ୍ବକର୍ମା କୌଶଳ ସମ୍ମାନ’ଉପରେ ଆୟୋଜିତ ବଜେଟ୍‌ ପରବର୍ତ୍ତୀ ‘ୱେବିନର୍‌’ରେ ଉଦ୍‌ବୋଧନ ଦେବା ବେଳେ କହିଛନ୍ତି। ହାତ-ହତିଆର ବ୍ୟବହାର କରି ‘ବିଶ୍ବକର୍ମା’ ଭାବେ ଜଣାଶୁଣା ଶହ ଶହ ବର୍ଷ ପୁରାତନ ପାରମ୍ପରିକ କାରିଗର ଏବଂ ଶିଳ୍ପୀମାନଙ୍କ ଅବଦାନ ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି |ସୂଚନାଯୋଗ୍ୟ,‘କେନ୍ଦ୍ର ବଜେଟ୍‌ ୨୦୨୩’ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିଳ୍ପୀ ଓ କାରିଗରମାନଙ୍କ ନିମନ୍ତେ ‘ପି.ଏମ୍‌. ବିଶ୍ବକର୍ମା କୌଶଳ ସମ୍ମାନ’ ଶୁଭାରମ୍ଭ ଘୋଷଣା କରିଥିଲେ। ଆଞ୍ଚଳିକ ସାମଗ୍ରୀ ଉତ୍ପାଦନ‌ କ୍ଷେତ୍ରରେ କ୍ଷୁଦ୍ର ଶିଳ୍ପୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୋଲି ଉଲ୍ଲେଖ କରି ‘ୱେବିନର୍‌’ରେ ପ୍ରଧାନମନ୍ତ୍ରୀ କହିଲେ ଯେ, ବିଶ୍ବର୍କମା ଯୋଜନା ସେମାନଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦେଉଥିବାରୁ ଏହି ଯୋଜନା ଘୋଷଣା ହେବା ମାତ୍ରେ ସମସ୍ତଙ୍କ ଧ୍ୟାନ ଆକର୍ଷଣକାରୀ ହୋଇପାରିଛି। ପ୍ରଭୁ ବିଶ୍ବକର୍ମାଙ୍କୁ ସର୍ବୋତ୍ତମ ସ୍ରଷ୍ଟା ଓ ସ୍ଥପତି ବୋଲି ବିଚାର କରାଯାଏ। ତାଙ୍କ ହାତରେ କେତେକ ହତିଆର ଥାଏ। ଆମ ସମାଜରେ ହତିଆର ସାହାଯ୍ୟରେ ହାତରେ ବିଭିନ୍ନ ସାମଗ୍ରୀ କରିବାର ପ୍ରଥା ଅତି ସମୃଦ୍ଧ। ଆମର ଉଦ୍ଦେଶ୍ୟ ହେଉଛି ଆଜିର ବିଶ୍ବକର୍ମା ବନ୍ଧୁମାନଙ୍କୁ ଆସନ୍ତାକାଲିର ବଡ଼ ଉଦ୍ୟୋଗୀ କରିବା। ବଡ଼ ଉଦ୍ୟୋଗୀ ହେବା ପାଇଁ ସେମାନଙ୍କ ବ୍ୟବସାୟରେ ସ୍ଥିରତା ଆବଶ୍ୟକ ବୋଲି ସେ କହିଛନ୍ତି।

Breaking News