Report Card Odisha

| Daily Odia News

ସୁପ୍ରିମକୋର୍ଟ ଗଲା ସରକାର ଓ ରାଜ୍ୟପାଳ ବିବାଦ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ରାଜ୍ୟପାଳଙ୍କ ତିକ୍ତ ସମ୍ପର୍କକୁ ନେଇ ବିବାଦ ଦେଖାଯାଉଛି | ଏଥିରେ ସୁପ୍ରିମକୋର୍ଟ  ହସ୍ତକ୍ଷେପ ଲୋଡ଼ିବା ପରେ ସମସ୍ୟା ସମାଧାନ ହେଉଛି । ତେଲଙ୍ଗାନା ସରକାରଙ୍କ ସହିତ ରାଜ୍ୟପାଳଙ୍କ ବିବାଦ ଦେଖାଯାଇଛି। ବିଧାନସଭା ଦ୍ବାରା ଗୃହୀତ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିବା ଦିଗରେ ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଅନାଗ୍ରହ ପ୍ରକାଶ କରିଆସୁଥିବା ଅଭିଯୋଗ ହୋଇଛି। ଏପରିକି ଅନେକ ବିଧେୟକକୁ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ଏହାକୁ​‌ ନେଇ ରାଜ୍ୟରେ ସାମ୍ବିଧାନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରି ଅଚଳାବସ୍ଥାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାଜ୍ୟ ସରକାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ୨୦୨୨ ସେପ୍ଟେମ୍ବର ୧୪ ଠାରୁ ଅନେକ ବିଧେୟକ ରାଜ୍ୟପାଳଙ୍କ ମଞ୍ଜୁରୀ ଅପେକ୍ଷାରେ ପଡି ରହିଛି। ତେଲଙ୍ଗାନା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ନିମନ୍ତେ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୦ରେ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି। ଉଲ୍ଲେଖ ଯୋଗ୍ୟ -ନିକଟରେ ବିଧାନସଭା ବଜେଟ୍‌ ଅଧିବେଶନ ଡକାଇବାକୁ ନେଇ ପଞ୍ଜାବ ସରକାରଙ୍କ ସହିତ ରାଜ୍ୟପାଳଙ୍କ ବିବାଦ ହୋଇଥିଲା । ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ସମସ୍ୟା ସମାଧାନ ହୋଇଥିଲା।

Breaking News