ରିପୋର୍ଟ କାର୍ଡ / କଟକ
ରାଜ୍ୟରେ ୪ଟି ମେଡିକାଲ୍ କଲେଜରେ ଖୁବ୍ଶୀଘ୍ର ଖୋଲିବ ପିଜି ପାଠ୍ୟକ୍ରମ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଡିଏମ୍ଇଟି ରାଜ୍ୟର ବଲାଙ୍ଗୀର, କୋରାପୁଟ, ବାଲେଶ୍ବର ଓ ବାରିପଦା ମେଡିକାଲ କଲେଜ ଡିନ୍ ଓ ପ୍ରନ୍ସିପାଲମାନଙ୍କୁ ଚିଠି ଲେଖିଛନ୍ତି। ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ ନ୍ୟାସନାଲ୍ ମେଡିକାଲ କମିସନ ଗାଇଡ୍ଲାଇନ୍ ଅନୁସାରେ ଆବେଦନ କରିବାକୁ କହିଛନ୍ତି। ଯେଉଁମାନେ ପିଜି ପାଇଁ ସ୍ବୀକୃତି ପାଇଛନ୍ତି ଓ ଯେଉଁମାନେ ଖୁବ୍ଶୀଘ୍ର ସ୍ବୀକୃତି ପାଇବାକୁ ଯାଉଛନ୍ତି, |ସେମାନେ ବି ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବେ। ଏଥିପାଇଁ କ’ଣ ଭିତ୍ତିଭୂମି ରହିଛି ତାହା ମଧ୍ୟ ଦର୍ଶାଇବେ। ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ ନ୍ୟାସ୍ନାଲ୍ ମେଡିକାଲ କମିସନ(ଏନ୍ଏମ୍ସି)ଗାଇଡ୍ଲାଇନ୍ ଅନୁସାରେ ଆବେଦନ କରିବାକୁ ୪ ମେଡିକାଲ୍ କଲେଜର ଡିନ୍ଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି ଡିଏମ୍ଇଟି।






More Stories
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..